୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ ଖେଳାଯିବ । ଆସନ୍ତା ଅକ୍ଟୋବର ୧୧ ତାରିଖରେ ବିଶ୍ୱକପର ପ୍ରଥମ ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଟିୟମରେ ଖେଳାଯିବ । ୧୧ ତାରିଖରେ ଭାରତ ବନାମ ୟୁଏସଏ ମ୍ୟାଚ ରହିବ । ଅକ୍ଟୋବର ୧୧, ୧୪ ଓ ୧୭ରେ ଏହି ପୁଲ୍ ମ୍ୟାଚ୍ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଶ୍ୱକପ ଟ୍ରଫିର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କିକ୍ ଅଫ୍ ଦ ଡ୍ରିମ କାର‌୍ୟ୍ୟକ୍ରମରେ ଏହି ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here