କରୋନା ସଂକ୍ରମଣ ରୋକିବାକୁ ସରକାର ଲକ୍ ଡାଉନ କରିଛନ୍ତି । ମାତ୍ର ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଓ ସେବା ପାଇଁ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ କର୍ମଚାରୀମାନେ ଯିବାକୁ ଅନୁମତି ଦିଆଯାଇଛି । କିନ୍ତୁ ନିଜ ପରିଚୟ ପତ୍ରର ଦୁରୁପଯୋଗ କରି କିଛି ଲୋକ ବୁଲୁଥିବାରୁ ପୋଲିସ ପୁଣି ନିୟମକୁ କଡାକଡି କରିବାକୁ ନିଷ୍ପତ୍ତି ନେଇଛି । ଏଣିକି ଆଉ ସଂସ୍ଥା ପରିଚୟପତ୍ରରେ କାମ ଚଳିବନି । ଲକ୍ ଡାଉନ ବେଳେ କେଉଁ କର୍ମଚାରୀ ବାହାରକୁ ଆସିବେ, ସେମାନଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରିବାକୁ ହେବ । ଏଥିସହିତ ସଂପୃକ୍ତ କର୍ମଚାରୀଙ୍କୁ ଅଥରାଇଜେସନ ଲେଟର ମଧ୍ୟ ଦେଖାଇବାକୁ ହେବ । ଏହାଫଳରେ ପରିଚୟ ପତ୍ର ଦେଖାଇ ଲକଡାଉନରେ ଇଆଡେ ସିଆଡେ ବୁଲୁଥିବା କର୍ମଚାରୀଙ୍କ ଉପରେ ପୋଲିସ ଲଗାମ ଲଗାଇପାରିବ ବୋଲି ଆଶା କରିଛି ।

LEAVE A REPLY

Please enter your comment!
Please enter your name here