ଭାରତ ବନ୍ଦ । ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ସଂଯୁକ୍ତ କିଷାନମୋର୍ଚ୍ଚା ଦ୍ୱାରା ଡାକରା ଦିଆଯାଇଥିବା ଏହି ଭାରତ ବନ୍ଦକୁ ଦେଶର ବିଭିନ୍ନ ବିରୋଧୀ ଦଳମାନେ ସମର୍ଥନ ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟତ ବାମଦଳ, କଂଗ୍ରେସ, ଆପ୍, ଟିଏମସି, ଆରଜେଡି ଭଳି ରାଜନୈତିକ ଦଳ ସାମିଲ ଅଛନ୍ତି । ଭାରତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଏହି ବନ୍ଦ ପାଳନ ବେଳେ ଦେଶର ହସ୍ପିଟାଲ, ମେଡିସିନ ଷ୍ଟୋର, ଆମ୍ବୁଲାନ୍ସ ସେମା ଓ ମେଡିକାଲ ସହ ଜଡିତ ସେବାଗୁଡିକ ଚାଲୁ ରହିବ । ଏହାସହ ପରୀକ୍ଷା ଓ ଇଣ୍ଟରଭ୍ୟୁ ପାଇଁ ଯାଉଥିବା ଛାତ୍ର ଛାତ୍ରୀମାନଙ୍କୁ ରାସ୍ତାରେ ନଅଟକାଇବକୁ ସଂଘ ପକ୍ଷରୁ କୁହାଯାଇଛି ।