ରୁଚିକାଙ୍କ ଆତ୍ମହତ୍ୟାର 10 ଦିନ ପରେ ବି ପୋଲିସ ହାତ ଖାଲି । କେଉଁ ତିନିଜଣ ସିନିୟର ଛାତ୍ରୀଙ୍କ ରାଗିଂ ଯୋଗୁ ରୁଚିକା ଆତ୍ମହତ୍ୟା କଲେ, ସେମାନଙ୍କୁ ଚିହ୍ନଟ କରିବାରେ ଫେଲ୍ ହୋଇଛି ପୋଲିସ । ଅନ୍ୟପକ୍ଷରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ରୁଚିକାଙ୍କ ମା ଉପରେ ବଳ ଦେଖାଇଛି କମିଶନରେଟ ପୋଲିସ । ବିଜେବି କଲେଜ ଫାଟକ ସାମନାରୁ ଟେଣ୍ଟ ଭାଙ୍ଗିଦେବା ସହ ରୁଚିକାଙ୍କ ମା ଓ ତାଙ୍କ ସମର୍ଥକଙ୍କୁ ଉଠାଇ ନେଇଛି ପୋଲିସ । ରୁଚିକାଙ୍କ ମା ଅଭିଯୋଗ କରିଛନ୍ତି, ତାଙ୍କ ଝିଅର ଆତ୍ମହତ୍ୟା ପାଇଁ ଦାୟୀ ତିନି ଛାତ୍ରୀଙ୍କୁ ଗିରଫ କରା ନ ଯିବା ପଛରେ ରହିଛି ବଡବଡିଆ ବାବୁଙ୍କ ଚାପ । ସେଥିପାଇଁ ତାଙ୍କୁ ଧାରଣା ସ୍ଥଳରୁ ଜୋରଜବରଦସ୍ତ ହଟାଇ ଦେଲା ପୋଲିସ । ଅନ୍ୟପକ୍ଷରେ ପୋଲିସ କହିଛି, ଯିଏ ଯୋଉଠି ପାରିବ, ସେଠି ଧାରଣା ଦେଇ ପାରିବ ନାହିଁ । ଲୋୟର ପିଏମଜିରେ ଧାରଣା ସ୍ଥଳ କରାଯାଇଛି । ଆଜି ରୁଚିକାଙ୍କ ଦଶାହ । ମାତ୍ର ତାଙ୍କ ମୃତ୍ୟୁର ଦଶଦିନ ପରେ ବି ପୋଲିସ ଧରି ପାରୁନି ରାଗିଂ ଛାତ୍ରୀଙ୍କୁ ।