କଟକ ବାଙ୍କୀରେ ଦଳାଚକଡା । ମଙ୍କର ସଙ୍କ୍ରାନ୍ତିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସିଂହନାଦ ପୀଠ ନିକଟରେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଳି ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ସମୟରେ ଟି-ବ୍ରିଜ୍‌ରେ ଦଳାଚକଡା ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ୧୨ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ଗୁରୁତ୍ତରଙ୍କ ମଧ୍ୟରେ ମହିଳା ଏବଂ ଛୋଟପିଲା ରହିଛନ୍ତି । ଦଳାଚକଡାରୁ ରକ୍ଷା ପାଇବା ପାଇଁ କିଛି ଲୋକ ପୋଲ ତଳକୁ ଡେଇଁ ପଡିଛନ୍ତି । ମହାନଦୀ ଉପରେ କିଛିମାସ ତଳେ ଲୋକାର୍ପିତ ହୋଇଥିଲା ଟି-ବ୍ରିଜ୍ । ମହାନଦୀ ସେତୁରୁ ସିଂହନାଦ ପୀଠକୁ ସଂଯୋଗ କରେ ଟି-ବ୍ରିଜ୍ ।

LEAVE A REPLY

Please enter your comment!
Please enter your name here