ବାଚସ୍ପତି ପ୍ରମିଳା ମଲ୍ଲିକ ନିରପେକ୍ଷ ନୁହଁନ୍ତି । ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଆଯାଉନି । କହିବା ବେଳେ ତାଙ୍କ ମାଇକ୍ କାଟି ଦିଆଯାଉଛି । ଶାସକ ଦଳ ବିଧାୟକମାନେ ବିରୋଧୀ ଦଳ ନେତାଙ୍କୁ ମେଣ୍ଟାଲ ଡିସ୍ଅର୍ଡର ବୋଲି ଆକ୍ଷେପ କରୁଛନ୍ତି । ବିରୋଧୀ ଦଳ ନେତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଗୃହ ବିବରଣୀରୁ ବାଦ୍ ଦେବାକୁ ବିରୋଧୀ ଦଳ ବିଧାୟକମାନେ ଦାବି କରିଥିଲେ ମଧ୍ୟ ବାଚସ୍ପତି ଶୁଣି ନ ଥିଲେ । ପ୍ରତିବାଦରେ ବିଧାନସଭାରେ ବିରୋଧୀ ଦଳ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଜାଲି ଫିଙ୍ଗିଥିଲେ । ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିଥିବା ବିଜେପି ଦଳର ବରିଷ୍ଠ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ଚଳିତ ଅଧିବେସନର ଅବଶିଷ୍ଟ ଦିବସ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି । ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ଦୁଇ ବିଧାୟକଙ୍କ ଆଛରଣରେ କ୍ଷୁବ୍ଧ ହୋଇ ଗୃହ ଏଭଳି ନିଷ୍ପତ୍ତି ନେଇଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବିଶୃଙ୍ଖଳିତ ଆଚରଣ ପାଇଁ ଦୁଇ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି ।
ବିଜେପି ବିଧାୟକ ମୋହନ ମାଝୀ କହିଛନ୍ି, ସେ ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିନାହାଁନ୍ତି କି ତାଙ୍କୁ ଡାଲି ଉପହାର ଦେଇନାହାନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଫୁଟେଜ ଦେଖିବା ଆବଶ୍ୟକ ଥିଲା । ତାଙ୍କୁ ନିଲମ୍ବନ କରାଯିବା ଅନ୍ୟାୟ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ବାଚସ୍ପତି ପକ୍ଷପାତିତା କରୁଥିବାରୁ ପ୍ରତିବାଦରେ ତାଙ୍କ ଉପରକୁ ପ୍ରତୀକାତ୍ମକ ଭାବେ ସେ ଡାଲି ଫିଙ୍ଗିଛନ୍ତି ।
ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯିବା ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବାଚସ୍ପତି ନିରପେକ୍ଷ ନୁହଁନ୍ତି । ବାଚସ୍ପତି ଦଳୀୟ ପ୍ରତିନିଧି ଭାବେ ବ୍ୟବହାର କରୁଛନ୍ତି । ଏହାର ପ୍ରତିବାଦ ଜାରି ରହିବ ।

LEAVE A REPLY

Please enter your comment!
Please enter your name here