ରାଜ୍ୟରେ ଚହଳ ପକାଇଥିବା ବାଲେଶ୍ଵର ଫକୀର ମୋହନ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ରାଜ୍ୟ ସରକାର ବୁଧବାର ଏହାର ନିର୍ଦ୍ଦେଶ ଦେଇଛନ୍ତି । ଡିଏସପି ଇମନ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଇମନଙ୍କୁ ତଦନ୍ତ ଦାୟିତ୍ଵ ଦେଇଛନ୍ତି । ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବେ ଇନ୍ସପେକ୍ଟର ପାଞ୍ଚାଳି ରାଉତ ।
ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ତତ୍ୱାବଧାନରେ ଏହି ମାମଲାର ତଦନ୍ତ କରାଯିବ । ଡିଏସପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରିବେ ବୋଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ମାମଲାର ତଦନ୍ତ ମଧ୍ୟ ଚାଲିଥିଲା । ତେବେ ବିରୋଧୀ ଦଳ ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ।

LEAVE A REPLY

Please enter your comment!
Please enter your name here