ଫେବୃଆରୀ 26ରେ ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବୋମା ନିକ୍ଷେପ କରିଥିଲା. ତେବେ ଏହି ବୋମା ଆକ୍ରମଣରେ କେତେ ଆତଙ୍କବାଦୀ ମରିଛନ୍ତି ଅବା ଆହତ ହୋଇଛନ୍ତି, ତାହା କହିବା ସମ୍ଭବ ନୁହେଁ. ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବି.ଏସ ଧାନଓ୍ବା କହିଛନ୍ତି, ବାୟୁସେନା ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଥିଲା. ଆକ୍ରମଣ ବେଳେ କେତେ ଆତଙ୍କବାଦୀ ମଲେ, ତାହା ଗଣିବା ବାୟୁସେନା ପାଇଁ ସମ୍ଭବ ନ ଥିଲା. ବାୟୁସେନାର ଟାର୍ଗେଟ ଥିଲା ଆତଙ୍କବାଦୀ ଶିବିର ଧ୍ବଂସ କରିବା, ସେଥିରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି ଧାନଓ୍ବା. ସେ କହିଛନ୍ତି, ଆମେ ଯଦି ଜଙ୍ଗଲ ଭିତରେ ବୋମା ପକାଇଥାନ୍ତୁ, ତେବେ ସେଥିରେ କାହାର କିଛି ପ୍ରତିକ୍ରିୟା ପ୍ରକାଶ କରିବାର ନଥିଲା. ମାତ୍ର ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନର ପ୍ରତିକ୍ରିୟା ସ୍ପଷ୍ଟ କରୁଛି ଯେ, ଆମେ ଆମ ଟାର୍ଗେଟରେ ସଫଳ ହୋଇଛୁ. ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏୟାର ଷ୍ଟ୍ରାଇକରେ 250ରୁ ଅଧିକ ଆତଙ୍କବାଦୀ ମରିଥିବା କହିଛନ୍ତି. ମାତ୍ର ଏୟାର ମାର୍ଶାଲ ଧାନଓ୍ବା ସ୍ପଷ୍ଟ କରିଛନ୍ତି, ଶିବିରରେ ଯେତେ ଆତଙ୍କବାଦୀ ଥିଲେ, ସେତିକି ମରିଛନ୍ତି, ଓ ଆହତ ହୋଇଥାଇପାରନ୍ତି. ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଧାନଓ୍ବା କହିଛନ୍ତି, ପାଇଲଟ ଅଭିନନ୍ଦନ ବର୍ତ୍ତମାନ ଯେତେଶୀଘ୍ର ସୁସ୍ଥ ହେବେ, ସେତେଶୀଘ୍ର ସେ ପୁଣି କର୍ମକ୍ଷେତ୍ରକୁ ଫେରିବେ.

LEAVE A REPLY

Please enter your comment!
Please enter your name here