ବୁଧବାର ଗଜାନନ ଗଣେଶଙ୍କ ପୂଜା I କୋଭିଡ କଟକଣା ପରେ ପ୍ରଥଣ ଥର ପାଇଁ ଗଣେଶ ପୂଜା ବେଶ ଧୂମାଧାମରେ ହେବାକୁ ଯ଼ାଉଛି I ତେବେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ବିଘ୍ନରାଜ ଗଣେଶଙ୍କୁ ବିିଭିନ୍ନ ଆକୃତିର ମଡେଲ କରି ପୂଜା କରିବାକୁ ଯ଼ୋଜନା କରିଛନ୍ତି I କିଏ ବାଇକରେ ବସେଇ ଦେଉଛନ୍ତି ତ ଆଉ କେହି ଗଣେଶଙ୍କୁ ଡିସ୍କୋ ଡ୍ୟାନସର ବେଶରେ ପୂଜା କରୁଛନ୍ତି I ଗଣେଶଙ୍କ ଏମିତି ବିକୃତ ମୂର୍ତ୍ତି ପୂଜା କିଛି ନୂଆକଥା ନୁହେଁ I ପ୍ରଥମଥର ପାଇଁ ଗଣେଶଙ୍କ ଏଭଳି ବିକୃତ ମୂର୍ତ୍ତି ନିର୍ମାଣକୁ ବିରୋଧ କରି କିଛି କାରିଗର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ I କିନ୍ତୁ ମାମଲାର ବିଚାର କରି ହାଇକୋର୍ଟ ଗଣେଶଙ୍କ ମୂର୍ତ୍ତି ନିର୍ମାଣ ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି I ହାଇକୋର୍ଟଙ୍କ ପାଖକୁ ଯ଼ିବା ପୂର୍ବରୁ କାରିଗରମାନେ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ I ହେଲେ ପୋଲିସ ଏହି ମାମଲାରେ ନିରବଦ୍ରଷ୍ଟା ରହିବା ପରେ ମୂର୍ତ୍ତି କାରିଗର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ I କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ ମଧ୍ୟ ପୋଲିସ ପ୍ରଶାସନ ଏହା ଉପରେ ନିଷ୍ପତ୍ତି ନେଇପାରିବେ ବୋଲି କହିଛନ୍ତି I

LEAVE A REPLY

Please enter your comment!
Please enter your name here