ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସିଧା କଥା କହିଛନ୍ତି। ବିଜେଡିକୁ ଏମିତି ଚେତାବନୀ ଦେଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ଠିକ୍ ଢଙ୍ଗରେ ନ ଚାଲିଲେ ଦଳ ଠାରୁ ଦୂରେଇବି । ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ଭୂପିନ୍ଦର ସିଂଙ୍କ ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ ମଲ୍ଲିକ । ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ମୁଁ ଏବେ ବିଜେଡିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି, ଆଗକୁ ଯଦି ଦଳ ଠିକ୍ ନ ଚାଲେ ଦଳଠୁ ଦୂରେଇ ଯିବି । ସେ କହିଛନ୍ତି, ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ । PAC, ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତି ଗ୍ରହଣ କରାଯାଇଛି। ସେ କହିଛନ୍ତି, “ଅନ୍ୟ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯାଇନି । ମୋ ସହ କୌଣସି ଆଲୋଚନା ହୋଇନାହିଁ ଓ ମୁଁ କାହାକୁ ଭେଟିନି । ବର୍ତ୍ତମାନ ନୂଆ ବିଜେଡି ଗଠନର ପ୍ରଶ୍ନ ନାହିଁ, ପୁରୁଣା ବିଜେଡିକୁ ଠିକ୍ ଭାବେ ଚଳାଇବା ଦରକାର।”

LEAVE A REPLY

Please enter your comment!
Please enter your name here