ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ସେତେ ରାଜ୍ୟ ରାଜନୀତି ସରଗରମ ହେଉଛି । କିଛି କିଛି ନେତା ନିଜ ଦଳ ଛାଡୁଥିବାବେଳେ କିଛି ନେତା ଅନ୍ୟ କେଉଁ ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ତେବେ ବିଜେଡିର ମୁଖପାତ୍ର ତାଲିକାରେ ଏବେ ହେଭି ୱେଟ ନେତାଙ୍କୁ ଦେଖିବାକୁ ମିଳିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ୧୪ ଜଣଙ୍କୁ ବିଜୁ ଜନତା ଦଳର ମୁଖପାତ୍ର ଭାବେ ଦାୟିତ୍ୱ ପ୍ରଦାନ କରିଛି । ସେମାନେ ହେଲେ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଡକ୍ଟର ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ପୁଷ୍ପେନ୍ଦ୍ର ସିଂ ଦେଓ, ସମୀର ରଞ୍ଜନ ଦାଶ, ଡକ୍ଟର ଅମର ପଟ୍ଟନାୟକ , ଡକ୍ଟର ସସ୍ମିତ ପାତ୍ର, ଶ୍ରୀମତି ସୁଲୋଚନା ଦାସ ଓ ଡାକ୍ତର ଦେବାଶିଷ ମାରାଣ୍ଡି । ମୁଖପାତ୍ର ନିଯୁକ୍ତି ନେଇ ରାଜ୍ୟ ବିଜେଡି ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here