ବିଜେପୁର ଉପନିର୍ବାଚନ ପାଇଁ ନିର୍ଵାଚନ ବିଗୁଲ ବାଜି ସାରିଛି | ଅକ୍ଟୋବର ୨୧ ତାରିଖରେ ମତଦାନ ଏବଂ ୨୪ରେ ଭୋଟ ଗଣତି ହେବ | ୨୭ ଅକ୍ଟୋବରରେ ସୁଦ୍ଧା ନିର୍ବାଚନ ପକ୍ରିୟା ଶେଷ ହେବ | ତେବେ ନିର୍ବାଚନ ତାରିଖ ଘୋଷଣ ହେବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି | ଆଜିଠୁ ଆରମ୍ଭ କରି ୩୦ ତାରିଖ ଯାଏଁ ଚାଲିବ ନାମାଙ୍କନ ଦାଖଲ | ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ ଆଶାୟୀ ପାର୍ଥି | ଅକ୍ଟୋବର ୧ରେ ହେବ ପାର୍ଥିପତ୍ର ଯାଞ୍ଚ | ସେହିପରି ୩ ତାରିଖ ପାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିବା ପରେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ | ଗତ ଦୁଇବର୍ଷ ଭିତରେ ବିଜେପୁରବାସୀ ତିନିଥର ଭୋଟ ସାମନା କଲେଣି | ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ଉପନିର୍ବିବାଚନରେ ବିଜେଡି ପ୍ରାର୍ଥୀ କରି ଜିତାଇଥିଲା | ସେ ମାତ୍ର ଦଶମାସ ବିଧାୟିକା ରହିବା ପରେ ସାଧାରଣ ନିର୍ବାଚନ ହୋଇଥିଲା | ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ବିଜେପୁର ବିକାଶ ପାଇଁ ପ୍ୟାକେଜ ଘୋଷଣା କରିଥିଲେ |

LEAVE A REPLY

Please enter your comment!
Please enter your name here