ଆମେ ହାଇ ଆଲର୍ଟରେ ଅଛୁ, ଆମ ସେନାଙ୍କୁ ମଜବୁତ କରିଦେଇଛୁ । କେଉଁ ମୁହୂର୍ତ୍ତରେ ଭାରତୀୟ ସେନା ହମଲା କରିପାରନ୍ତି ବୋଲି କହିଛନ୍ତି ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ । ଭାରତର ପ୍ରଧାନମନ୍ତ୍ରୀଙ୍କ କଡା ଚେତାବନୀ ପରେ ଛାନିଆ ହୋଇଗଲାଣି ପାକିସ୍ତାନ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ କହିଛନ୍ତି, ହଲଗାମ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ଭିତରେ ବଡ ଧରଣର ବିବାଦ ଚାଲିଥିବାବେଳେ ନୱାଜ କହିଛନ୍ତି, ଭାରତ ସହ ଲଢ଼େଇ ନକରି କୂଟନୈତିକ ଆଲୋଚନା କରନ୍ତୁ ।
ଏପଟେ ପାକିସ୍ତାନ ବିରୋଧରେ ଭାରତ କଡା ଆକ୍ସନ ନେବା ଆରମ୍ଭ କରିଛି । ପାକିସ୍ତାନର କିଛି ବଡ଼ ୟୁଟ୍ୟୁବ୍ ଚ୍ୟାନେଲ୍ ସମେତ ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୋଦୀ ସରକାର । ଡନ୍ ନ୍ୟୁଜ, ସମା ଟିଭି, ଜିଓ ନ୍ୟୁଜର ୟୁଟ୍ୟୁବ୍ ପେଜ ସହ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତ, ଏହାର ସେନା ଓ ସୁରକ୍ଷା ଏଜେନ୍ସିଙ୍କ ବିରୋଧରେ ମିଛ, ଭ୍ରମାତ୍ମକ ଓ ଭୁଲ ସୂଚନା ପ୍ରସାରଣ କରୁଥିବାରୁ ପାକିସ୍ତାନ ଉପରେ ଏଭଳି ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ ।

LEAVE A REPLY

Please enter your comment!
Please enter your name here