ହଜି ହଜି ଯାଉଛି ମାନବିକତା ଓ ଦୁଇଜଣ ମାନସିକ ଅନଗ୍ରସର ପୁରୁଷ ଓ ମହିଳାଙ୍କୁ ଫୁଲମାଳ ପକାଇ ବାହାଘର କରେଇ ସେମାନଙ୍କର ମଜା ଉଡାଇବାକୁ ପଛେଇ ନାହାଁନ୍ତି କିଛି ଅସଭ୍ୟ ଲୋକ ଓ ଏପରିକି ସେମାନଙ୍କୁ ବଜାରରେ ବୁଲାଇ ଟିକଟକ୍ କରି ଭିଡିଓ ଭାଇରାଲ କରିଛନ୍ତି ଓ ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରେ ଓ ଗତ କିଛି ବର୍ଷ ଧରି ଜଣେ ଭିନ୍ନକ୍ଷମ ପୁରୁଷ ବଜାରରେ କାମଦାମ କରି ରହି ଆସୁଥିବା ବେଳେ କିଛିଦିନ ତଳେ ବଜାରରେ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ଦେଖିବାକୁ ମିଳିଥିଲା ଓ ଗତ ୨୫ ତାରିଖରେ ବଜାରର କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଜୋର ଜବରଦସ୍ତ ଧରି ଫୁଲମାଳ ପକାଇ ବାହାଘର କରିଥିଲେ ଓ ବଜାରରେ ବୁଲାଇ ସେମାନଙ୍କ ଭିଡିଓ ସୁଟିଂ କରିବା ପରେ ଟିକଟକରେ ଭାଇରାଲ କରିଥିଲେ ଓ ଦୁଇ ମାନସିକ ଅନଗ୍ରସରଙ୍କ ପ୍ରତି ଏମିତି ଉପହାସ କରିବାକୁ ନେଇ ମାନବିକ ଅଧିକାର ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି ଓସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଆନ୍ତର୍ଜାତିକ ମାନବିକ ଅଧିକାର କାଉନସିଲ ପକ୍ଷରୁ ଚାରିଜଣ ପ୍ରତିନିଧି ବାଲେଶ୍ବରରେ ପହଞ୍ଚି ଏସପି ବି. ଯୁଗୋଳ କିଶୋରଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଓ ବାଲେଶ୍ବର ଜିଲ୍ଲା ମାନବାଧିକାର ଫ୍ରଂଟ ସଂଗଠନ ପକ୍ଷରୁ ଖନ୍ତାପଡା ଥାନାରେ ଏତଲା ଦିଆଯାଇଛି ଓ ମାନସିକ ଅନଗ୍ରସର ଲୋକଙ୍କର ଏଭଳି ମଜା ଉଡେଇଥିବା କୁତ୍ସିତ ମାନସିକଧାରୀ ଲୋକଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି














