ରାଜଧାନୀରେ ବଡ ଧରଣର ଡକାୟତି । ଭୁବନେଶ୍ୱର ଶୈଳଶ୍ରୀବିହାର ମଞ୍ଚେଶ୍ୱର ଥାନା ଭୋଟପଡାରେ ଏହି ଡକାୟତି ହୋଇଛି । ଗତକାଲି ରାତି ପ୍ରାୟ ୨ଟାରେ ଡକାୟତ ମାନେ ମାରଣାସ୍ତ୍ର ଧରି ଘର ଭିତରେ ପଶିଥିଲେ । ପ୍ରଥମେ ଦମ୍ପତ୍ତିଙ୍କ ହାତ ଗୋଡ ବାନ୍ଧି ୩୦ ଲକ୍ଷର ସୁନା ଗହଣା ସହ ନଗଦ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି । ୧୦ରୁ ଅଧିକ ମୁଖା ପିନ୍ଧା ଯୁବକ ବିଳମ୍ବିତ ରାତିରେ ଘରେ ପଶିଥିଲେ । ଦିନବନ୍ଧୁ ଦାଶଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here