ଆଜି ଭୁବନେଶ୍ୱରରେ ଆଉ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୫୦ ଏବଂ ୬୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ବାୟାବାବା ମଠ ନିକଟ ୟୁନିଟ-୯ ବସ୍ତିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାଲିଆ ସାହିରୁ ଚିହ୍ନଟ ହେଲେ ଆଉ ୧୧ ଆକ୍ରାନ୍ତ । ଏକ ଘରୋଇ ହସ୍ପିଟାଲର ୧୧ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ । ଆଇଗିଣିଆ ଆଳୁ ଗଦିରୁ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୀମପୁର ଅଞ୍ଚଳର ଆଦର୍ଶ ଶିଶୁ ମନ୍ଦିର ସ୍କୁଲ ନିକଟରୁ ଜଣେ ଲୋକାଲ ଆରକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ୱର ଲେନ୍‌-୪, ସୁନ୍ଦରପଦା, ରବି ଟକିଜ ଅରବିନ୍ଦ କଲୋନୀ, ଆଇଆରସି ଭିଲେଜ, ନୟାପଲ୍ଲୀ ପାସପୋର୍ଟ ଅଫିସ , ସହିଦ ନଗର, ଜୟଦେବ ବିହାର, ପ୍ରଶାନ୍ତିବିହାର, ଗୌତମ ନଗର, ଗଙ୍ଗନଗର, ଅଶୋକ ନଗର, ଚିନ୍ତାମଣିଶ୍ୱର, ଚନ୍ଦ୍ରଶେଖରପୁର ଏଚବି କଲୋନି, ଶାନ୍ତି ନଗର, ନନ୍ଦନ ବିହାର, ଲକ୍ଷ୍ମୀସାଗର ନିହାରିକା ଆପାର୍ଟମେଣ୍ଟ, ଭରତପୁର, ଶ୍ୟାମପୁର ସରସ୍ୱତୀ ବିହାର, ୟୁନିଟ୍‌-୪ ମାଛ ମାର୍କେଟ, ଭୋଇ ନଗର ୟୁନିଟ-୯ , ୟୁନିଟ୍‌-୮, ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ, ଡୁମଡୁମା, ବରମୁଣ୍ଡା ଫାୟାର ଷ୍ଟେସନ, ଶିବ ନଗର ଚନ୍ଦ୍ରଶେଖରପୁର ୭ ବାଟାଲିଅନ, ଝାରପଡା ମହାଦେବ ନଗର, ପୋଖରୀପୁଟ, ହଂସପାଳ, ୟୁନିଟ୍‌-୧ରୁ ଜଣେ ଲେଖାଏଁ ଲୋକାଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବଡଗଡ ବ୍ରିଟ୍ କଲୋନୀ, ୟୁନିଟ-୩, ବରମୁଣ୍ଡା, କଳିଙ୍ଗନଗର, ଖଣ୍ଡଗିରୀ, ପାଣ୍ଡବ ନଗରରୁ ଦୁଇ ଜଣ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀବିହାର , ଇଡକୋ କଲୋନୀରୁ ୩ ଲେଖାଏଁ ଲୋକାଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଘରୋଇ ହସ୍ପିଟାଲରୁ ୧୫ କର୍ମଚାରୀ ଲୋକାଲ କେସ୍ ଭାବେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here