ଭୁବନେଶ୍ୱର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୁବାସ ନଗର ବସ୍ତିର ୩ ଶହ ଘରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ ମିଳିବା ପରେ କଣ୍ଟେନମେଣ୍ଟ ଘୋଷଣା ହେଲା । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ଏକାଧିକ ଆକ୍ରାନ୍ତ ବାହାରିବାରୁ ପଦକ୍ଷେପ ନିଆଯାଇଛି । ଡୁମଡୁମା ହନୁମାନ ମନ୍ଦିରରୁ ପ୍ଲଟ ନମ୍ବର ୩୨୩ ଯାଏ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ପ୍ଲଟ ନମ୍ବର ୩୨୩ରୁ ପ୍ଲଟ ନମ୍ବର ୨୬୧ଓ ୨୫୮ ଯାଏ କଣ୍ଟେନମେଣ୍ଟ । ପ୍ଲଟ ନମ୍ବର ୨୬୨ ଓ ୨୫୮ରୁ ହନୁମାନ ମନ୍ଦିର ଯାଏ କଣ୍ଟେମେଣ୍ଟ । ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ପାଇଁ ଜାରି ସମସ୍ତ କଟକଣା ଲାଗୁ ହେବ । ସବୁ ଅଫିସ ବନ୍ଦ ରହିବ । ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି । ସୁବାସ ନଗର ବସ୍ତିରୁ ୬ ପଜିଟିଭ ମିଳିବା ପରେ କଣ୍ଟେନମେଣ୍ଟ କରାଯାଇଛି । ଚିହ୍ନଟ୬ରୁ ୫ ଜଣଙ୍କର କିଛି ଟ୍ରାଭେଲ ହିଷ୍ଟ୍ରି କି ଲକ୍ଷଣ ନଥିଲା । ସଙ୍କ୍ରମଣ ଅଧିକ ନବ୍ୟାପିବା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସଂପୃକ୍ତ ଅଞ୍ଚଳରେ ୭ଦିନ ପର୍ଯ୍ୟନ୍ତ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ ।

LEAVE A REPLY

Please enter your comment!
Please enter your name here