ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ଘୋଷଣା କରିଛନ୍ତି – ରାଜ୍ୟରେ କେହି ଆଉ ଭୂମିହୀନ ରହିବେ ନାହିଁ । ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ଯୋଗାଇବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଛି । ୨୦୨୬ ଅଗଷ୍ଟ ସୁଦ୍ଧା ସମସ୍ତଙ୍କୁ ଜମିର ପଟ୍ଟା ଦେବାକୁ ରାଜ୍ୟସ୍ବ ବିଭାଗ ପ୍ରତିଶ୍ରୁତିବଦ୍ଧ । ନବରଙ୍ଗପୁରର ପାପଡାହାଣ୍ଡି ସହିଦ ମିନାରେ ସହିଦ ଦିବସ ପାଳନରେ ଏହି ଘୋଷଣା କରିଥିଲେ ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି ଯେ, କେବଳ ଗରିବ ଭୂମିହୀନଙ୍କୁ ନୁହେଁ, ରାଜ୍ୟର ସ୍କୁଲଗୁଡିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ । ପ୍ରଧାନ ଶିକ୍ଷକଙ୍କୁ ସିଧାସଳଖ ପଟ୍ଟା ତହସିଲଦାରମାନେ ହାତରେ ଦେଇଆସିବେ । ଗୋଟେ ବର୍ଷରେ ୨୨ ହଜାର ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିଛି ଏବଂ ଆଗାମୀ ଦିନରେ ଜଙ୍ଗଲ କିସମ ଜମି ମଧ୍ୟ ସ୍କୁଲକୁ ପଟ୍ଟା କରାଯିବ ।














