ଆନ୍ଧ୍ରପ୍ରଦେଶରେ ଭୟଙ୍କର ବନ୍ୟା । ବନ୍ୟାରେ 17 ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଶହେରୁ ଅଧିକ ନିଖୋଜ ଥିବା ଜଣାପଡିଛି । ତିରୁପତି ସହରରେ ବହୁ ତୀର୍ଥଯାତ୍ରୀ ବନ୍ୟାରେ ଫସି ରହିଥିବା ଜଣାପଡିଛି । ସ୍ବର୍ଣ୍ଣମୁଖୀ ନଦୀର ଜଳଭଣ୍ଡାର ଉଛୁଳି ବନ୍ୟାପାଣି ବହିବାରେ ଲାଗିଛି । ଫଳରେ ସହରାଞ୍ଚଳରେ ଦଶଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ଚିତୋର, କଡାପା, କୁର୍ଣ୍ଣୁଲ ଓ ଅନନ୍ତପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ଯୋଗୁ ଅଦିକାଁଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି ।

ନଭେମ୍ବର 25 ତାରିଖ ପର୍ଯ୍ୟନ୍ତ କଡାପା ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି ।

ଅନନ୍ତପୁର ଜିଲ୍ଲାରେ ଏଖ ତିନିମହଲା କୋଠା ଭୁଷୁଡିପଡିବା ଯୋଗୁ ତିନିଜଣ ଶିଶୁ ଓ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।

ତିରୁମାଲା ରାସ୍ତାକୁ ବନ୍ଦ କରିଦିଆଯାଇଛି ।

ସ୍ଥିତି ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ୍ ମୁତୟନ କରାଯାଇଛି ।

ଅଧିକାଁଶ ସ୍ଥାନରେ ଗାଡି ମଟର ଚଳାଚଳ ବନ୍ଦ ରହିଛି । ବର୍ଷାପାଣିରେ ଅନେକ ଗାଡି ମଟର ଭାସି ଯାଇଥିବା ବେଳେ ରେଳ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ତାମିଲନାଡୁ ଓ କେରଳରେ ମଧ୍ୟ ବର୍ଷା ବିତ୍ପାତ ଯୋଗୁ ଅନେକସ୍ଥାନରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

LEAVE A REPLY

Please enter your comment!
Please enter your name here