ନେପାଳରେ ଚାଲୁଥିବା ବିଦ୍ରୋହ ମଧ୍ୟରେ ପ୍ରଧାନମନ୍ତ୍ରୀ କେ ପି ଓଲି ପଦତ୍ୟାଗ କରିଛନ୍ତି। ତାଙ୍କ ସହ ୧୦ ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି।ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ମଙ୍ଗଳବାର ସକାଳଠାରୁ ପ୍ରଦର୍ଶନକାରୀମାନେ ସଂସଦ ଭବନ ବାହାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ନେପାଳରେ ରାଷ୍ଟ୍ରପତି ଭବନରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବୃଦ୍ଧି ପାଉଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ରାଜଧାନୀ କାଠମାଣ୍ଡୁର ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଅନେକ ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। କୁହାଯାଉଛି ଯେ ସନ୍ଧ୍ୟା ସୁଦ୍ଧା ନୂତନ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ। ତେବେ ଏହି ସମୟରେ, ଅନିୟନ୍ତ୍ରିତ ପ୍ରଦର୍ଶନକାରୀମାନେ ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି। ନେପାଳରେ ପ୍ରଦର୍ଶନକାରୀମାନେ ସଂସଦ ଭବନକୁ ଅଧିକୃତ କରି ସେନାର ଅସ୍ତ୍ରଶସ୍ତ୍ର ଜବରଦଖଲ କରିଛନ୍ତି। ଏହି ପରିସ୍ଥିତିକୁ ଦେଖି କାଠମାଣ୍ଡୁ ବିମାନବନ୍ଦରରେ ସୁରକ୍ଷା କଠିନ କରାଯାଇଛି। ସହରରେ ଅନିୟନ୍ତ୍ରିତ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ କେ ପି ଓଲି ନିଜ ସୁରକ୍ଷା ନେଇ ଚିନ୍ତିତ ରହିଛନ୍ତି ଏବଂ ସେ ଚିକିତ୍ସା ନାମରେ ଦୁବାଇ ପ୍ରସ୍ଥାନ କରିବାକୁ ପ୍ରସ୍ତୁତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here