ଚାଲିଛି ରଜର ମାହୋଲ । ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ଦୋଳି ଖେଳିବାରେ ମସଗୁଲ ଝିଅ ବୋହୂ । ଘରେ ଘରେ ବିଭିନ୍ନ ସୁସ୍ୱାଦୁ ପିଠା, କେକ୍ ର ମଧ୍ୟ ଆସର ଜମୁଛି । ଖାଲି ଦୋଳି ଖେଳ ନୁହେଁ ତାସ, ବାଗୁଡି , ଲୁଡୁ ଏମିତି ଅନେକ ଖେଳରେ ମଜା ନେଉଛନ୍ତି ସମସ୍ତେ । ହେଲେ ରଜରେ ଟିକେ ପାନ ନଖାଇଲେ ରଜର ମଜା କିଛି ନଥାଏ । ରଜରେ ମିଠା ପାନ ଖାଇବାର ମଧ୍ୟ ରହିଛି ନିଆରା ପରମ୍ପରା । ସେଥିପାଇଁ ମୟୁରଭଞ୍ଜ ମୋରଡା ଅଞ୍ଚଳରେ ପାନ ପାଇଁ ବେଶ୍ ଭିଡ ଜମୁଛି । ୬୪ ପ୍ରକାରର ମିଠା ମସଲା ସହିତ ଭଳିକି ଭଳି ଡିଜାଇନର ପାନର ଆସର ଜିମଛି । ହେଲେ ସବୁଠୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଫାୟାର ପାନ । ଟିକେ ଦେଖନ୍ତୁ କେମିତି ପ୍ରସ୍ତୁତ ଚାଲିଛି ଫାୟାର ପାନ । ଏଥିସହିତ ଗୁଲଚୁପ , କେଶରୀ, ବନାରଶି, ଗୁଲକନ , କଲକତା , ବାବା, ରିମ୍ଝିମ୍ ଓ ପ୍ଲେନ ମିଠାପାନର ଚାହିଦା ଅଧିକ ରହିଛି । ବରଷକେ ଥରେ ରଜକୁ ନିଆରା ଢଙ୍ଗରେ ପାଳନ ପାଇଁ ପିଲାଠୁ ବୁଢା ସଭିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
ମୟୁରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ ତକ୍ଷକ ନ୍ୟୁଜ୍ ।

LEAVE A REPLY

Please enter your comment!
Please enter your name here