ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । 1990 ବ୍ୟାଚର ଆଇଏଏସ ମନୋଜ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଥିଲେ । କେନ୍ଦ୍ରକୁ ଡେପୁଟେସନରେ ଯାଇଥିବା ମନୋଜ ଆହୁଜାଙ୍କୁ ନିକଟରେ ରାଜ୍ୟକୁ ଫେରାଇଦେବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଜି ମନୋଜ ଆହୁଜାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ମନୋଜ ଆହୁଜାଙ୍କ ନିଯୁକ୍ତି ସହ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପଦରେ ଥିବା ପ୍ରଦୀପ ଜେନାଙ୍କୁ ଅବସର ଦେଇଛନ୍ତି । ପୂର୍ବରୁ ଶ୍ରୀ ଜେନାଙ୍କ କାର୍ଯ୍ୟ କାଳ ଶେଷ ହେବା ପରେ ପୂର୍ବ ନବୀନ ପଟ୍ଟନାୟକଙ୍କ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ।

LEAVE A REPLY

Please enter your comment!
Please enter your name here