ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ମାମଲା । ହତ୍ୟା ପାଇଁ ଡିଲ ହୋଇଥିଲା ୫୦ ହଜାର ଟଙ୍କା । ତେବେ ଶ୍ରୀତିକକୁ ଆଡଭାନ୍ସ ୧୦ ହଜାର ଟଙ୍କା ଦେଇଥିଲା ରାଜା । ଏବଂ ବଳକା ୪୦ ହଜାର ଫୋନ ପେରେ ଦେବାକୁ କଥା ଛିଣ୍ଡିଥିଲା । ଏନାକଉଣ୍ଟର ଭୟରେ ରାଜା କୋର୍ଟରେ ଆତ୍ମସମର୍ପଣ କରିଥିଲା । ଏହାପରେ ଶ୍ରୀତିକ ଏବଂ ଆଶୁତୋଷ କନ୍ଧମାଳ ଜିଲ୍ଲା ତୁମୁଡି ବନ୍ଧରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ରକ୍ତ ଲଗା ଖଣ୍ଡା ଦୁଇଟି ବାଇକ୍ ଜବତ କରାଯାଇଛି । ସୁପାରି ଟଙ୍କାରୁ ୫୦୦୦ ହଜାର ଟଙ୍କା ଜବତ କରିଛି ପୋଲିସ ପୂର୍ବରୁ ୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ କୋର୍ଟରେ ଆତ୍ମସମର୍ପଣ କରିଥିଲା । ଘଟଣାରେ ମୋଟ୍ ୮ ଜଣ ଅଭିଯୁକ୍ତ ଧରାପଡିଛନ୍ତି । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିଲା । ହତ୍ୟା ମାମଲାରେ ଅନ୍ୟ ୩ ସହଯୋଗୀ ଫେରାର ଥିବା ସୂଚନା ରହିଛି । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

LEAVE A REPLY

Please enter your comment!
Please enter your name here