ବାଲେଶ୍ୱରରୁ ବ୍ରାଉନସୁଗାର ଜବତ ହେବା ଘଟଣା ନୂଆ ନୁହେଁ । କିଛି ବର୍ଷ ହେବ ବାଲେଶ୍ୱରରୁ ଗୋଟିଏ ପରେ ଗୋଟିଏ ବ୍ରାଉନସୁଗାର କାରବାର ଘଟଣା ସାମ୍ନାକୁ ଆସୁଛି । ତେବେ ତିନିଦିନ ତଳେ ଯେଉଁ ପରିମାଣରେ ଧଳା ଜହର ଜବତ ହେଲା ତାହା ସମସ୍ତଙ୍କ ହୋସ ଉଡାଇଦେଇଛି । ଧଳା ଜହର କାରବାର ନେଇ ଚାଲିଥିବା ଅଭିନବ କୌଶଳର ରହସ୍ୟ ଧିରେ ଧିରେ ଫିଟୁଛି । ଜୁନ୍ ୧୮ । ବ୍ରାଉନସୁଗାର ଚାଲାଣ ଖବର ପାଇ ବାଲେଶ୍ୱର ଅରଡବଜାର-ଫୁଲାଡି ରାସ୍ତାର ପଚାଛକ ନିକଟରେ ଓଡି-୦୧ଡବ୍ଲୁ ୭୯୯୫ ନମ୍ବରର ଏକ କାରକୁ ପୋଲିସ ସନେ୍ଦହରେ ଅଟକାଇଥିଲା । ତେବେ କାରରେ ଥିବା ଅରଡବଜାର ମସଜିଦ୍ ଗଳିର ଶେଖ ରାଜୁ , ଶେଖ ହୁସେନ, ଶେଖ ଜାମସେଦ ଅଲ୍ଲି ଓ ଜଳେଶ୍ୱର ଥାନା ଅଧିନ ରାଜପୁରା ଅଞ୍ଚଳର ସେକ୍ ମକସଦ୍ ଧରାପଡିବା ସହ ସେମାନଙ୍କ ଠାରୁ ଦେଢକେଜି ଓଜନର ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ମୂଲ୍ୟ ପାଖାପାଖି କୋଟିଏ ୬୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ବ୍ରାଉନସୁଗାର କାରବାରରେ ସପୃକ୍ତ ଥିବା ୪ଜଣ ଅଭିଯୁକ୍ତ ମାଛ କାରବାର କରୁଥିବାବେଳେ ଏହାକୁ ଆଳ କରି ନିଶା ବେପାର କରୁଥିବା ସ୍ପଷ୍ଟ ହେଉଛି । ଏହି କାରବାରର ଚେର ବାଲେଶ୍ୱର ମାଛ ମାର୍କେଟରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି । ବାଲେଶ୍ୱର ଉପକୂଳରେ ଥିବା ବିଭିନ୍ନ ଜେଟିରୁ ମାଛ ମାରିବା ପାଇଁ ଶହ ଶହ ବୋଟ୍ ସମୂଦ୍ର ମଧ୍ୟକୁ ଯାଉଛନ୍ତି । ମସô୍ୟଜୀବିମାନଙ୍କ ସହ ବାଂଲାଦେଶ ଓ ପଶ୍ଚିମବଙ୍ଗ ବ୍ରାଉନସୁଗାର ବ୍ୟବସାୟୀମାନେ କୌଣସି ଉପାୟରେ ସମ୍ପର୍କ ରଖୁଛନ୍ତି । ଏପରି ସମୟରେ ଧଳା ଜହର ନେଣଦେଣ ସମୁଦ୍ରରେ ହିଁ ହେଉଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସମ୍ପୃକ୍ତ ବୋଟରେ ମସô୍ୟଜୀବିଙ୍କ ସହ ଏମିତି କିଛି ଲୋକ ମଧ୍ୟ ରହୁଛନ୍ତି । ଯେଉଁମାନେ ଏହି ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛନ୍ତି । ବୋଟ୍ କୂଳକୁ ଆସିବା ଆଗରୁ ବ୍ରାଉନସୁଗାର ମାଛ ପେଟରେ ସିଲ ହେଇଯାଉଛି । ପରେ ଏହା ବ୍ୟବସାୟୀ ମାଧ୍ୟମରେ ବଜାରରେ ପହଁଞ୍ଚୁଛି । ମାର୍କେଟରେ ବ୍ୟବସାୟୀ ଅର୍ଡର ଅନୁସାରେ ମାଛ ବିକିବା ବାହାନା କରି ଗ୍ରାହକଙ୍କ ପାଖରେ ବ୍ରାଉନସୁଗାର ନେଇ ହାଜର ହେଇଯାଉଛନ୍ତି । କେବଳ ମାଛ ନୁହେଁ ବିଭିନ୍ନ ନୂଆ ଉପାୟରେ ଓଡିଶଶକୁ ଆସୁଛି ବ୍ରାଉନସୁଗାର କିନ୍ତୁ କାରବାରର ବଡ ମାଛଙ୍କୁ କେବେ ଧରିବ ପୋଲିସ ।

LEAVE A REPLY

Please enter your comment!
Please enter your name here