ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ । ଟ୍ରକ୍‌ ଡ୍ରାଇଭର ସହ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ପୀଡ଼ିତା ଜଣଙ୍କ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ ।

ଏହି ଘଟଣାରେ ୪ ଜଣ ଟ୍ରକ ଡ୍ରାଇଭରକୁ ପୋଲିସ୍ ଅଟକ ରଖିଛି । ପୀଡିତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖୂତ ଅଭିଯୋଗ ଦାଖଲ ହୋଇଛି । ଗତକାଲି ସନ୍ଧ୍ୟାରେ ଝିଅଟି ସାଙ୍ଗର ଜନ୍ମଦିନ ପାଇଁ ଘରୁ ବାହାରିଥିଲା, କିନ୍ତୁ ରାତି ବିଳମ୍ବିତ ପର୍ଯ୍ୟନ୍ତ ଫେରିଲାନି । ଅନେକ ଖୋଜାଖୋଜି ସତ୍ତ୍ବେ ପରିବାରଲୋକ ପାଇ ପାରିଲେ ନାହିଁ । ବିଳମ୍ବିତ ରାତିରେ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖି କିଛି ପଥଚାରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛି।

LEAVE A REPLY

Please enter your comment!
Please enter your name here