ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମିଜୋରାମ ଗସ୍ତ କରି ୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଦୀର୍ଘ ୧୨୭ ବର୍ଷର ଅପେକ୍ଷା ପରେ ମିଜୋରାମରେ ଗଡ଼ିଛି ପ୍ରଥମ ରେଳ । ଟ୍ରେନ୍ ଗୁଡ଼ିକ ମିଜୋରାମ ରାଜଧାନୀ ଆଇଜୋଲରୁ ଦେଶର ବିଭିନ୍ନ ପ୍ରମୁଖ ଆସାମର ଗୋହ୍ୱାଟୀ, ରାଜଧାନୀ ଦିଲ୍ଲୀ ଏବଂ କୋଲକାତା ସହରକୁ ଚଳାଚଳ କରିବ । ଉକ୍ତ ଟ୍ରେନ୍ ଗୁଡ଼ିକ ହେଲା ସୈରାଙ୍ଗ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍, ସୈରାଙ୍ଗ-ଗୋହ୍ୱାଟୀ ଏକ୍ସପ୍ରେସ୍ ଏବଂ ସୈରାଙ୍ଗ-କୋଲକାତା । ପ୍ରଧାନମନ୍ତ୍ରୀ ବୈରାବି-ସୈରାଙ୍ଗ ରେଳ ଲାଇନକୁ ଉଦଘାଟନ କରିଛନ୍ତି । ଯାହାକି ୫୫ଟି ବୃହତ ଓ ୮୮ଟି ଛୋଟ ବ୍ରିଜ ଉପରେ ଏହି ବ୍ରିଜ୍ ନିର୍ମାଣ ହୋଇଛି । ପ୍ରାୟ ୮ ହଜାର ୭୦ କୋଟି ଟଙ୍କା ବ୍ୟୟରେ ବ୍ରିଜ୍ ନିର୍ମାଣ ହୋଇଛି । ଏହି ରେଳ ବ୍ରିଜର ଉଚ୍ଚତା ୧୧୪ ମିଟର ରହିଛି, ଯାହାକି ଦିଲ୍ଲୀର କୁତୁବମୀନାର ଠାରୁ ୪୨ ମିଟର ଅଧିକ ଉଚ୍ଚ ଅଟେ । ଏହା ମିଜୋରାମର ସର୍ବୋଚ୍ଚ ଏବଂ ଦେଶର ଦ୍ୱିତୀୟ ସର୍ବୋଚ୍ଚ ରେଳ ବ୍ରିଜ୍ ଅଟେ । ଏହି ରେଳ ବ୍ରିଜ୍ ଉପରେ ଟ୍ରେନ୍ ଗଡ଼ିବ ।

LEAVE A REPLY

Please enter your comment!
Please enter your name here