ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପଛରେ କି କାରଣ ରହିଛି ? କେଉଁ କାରଣ ପାଇଁ ବିମାନଟି ଉଡାଣ ଭରିବାର ମାତ୍ର ପାଞ୍ଚ ମିନିଟ ଭିତରେ କ୍ରାସ୍ ହୋଇଗଲା ? ବିମାନଟି ସଂପୂର୍ଣ୍ଣ ଜଳି ଖଣ୍ଡ ବିଖଣ୍ଡିତ ଭାବେ ବିଭିନ୍ନ ସ୍ଥାନରେ ପଡିଥିବା ବେଳେ ଏବେ ବିମାନର କକପିଟରେ ଥିବା ବ୍ଲାକବକ୍ସ ଉଦ୍ଧାର ହୋଇଛି । ବ୍ଲାକବକ୍ସରୁ ବିମାନ ଦୁର୍ଘଟଣାର କାରଣ ଜଣାପଡିବ । 40 ଜଣିଆ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ଟିମ୍ ବ୍ଲାକବକ୍ସ ପାଇବା ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ବ୍ଲାକବକ୍ସ ହେଉଛି ଡିଜିଟାଲ ଫ୍ଲାଇଟ୍ ଡାଟା ରେକର୍ଡର । ଯଦିଓ ଏହାର ନାଁ ବ୍ଲାକବକ୍ସ, ମାତ୍ର ଏହାର ରଙ୍ଗ ଉଜ୍ଜଳ କମଳା ରଙ୍ଗର । ଗଭିର ପାଣି ଭିତରେ ପଡିଥିଲେ ମଧ୍ୟ ଏହାକୁ ସହଜରେ ଠାବ କରିହେବ । ବ୍ଲାକବକ୍ସ ଏକ ଗୁରୁତ୍ବପୂର୍ଣ୍ଣ ଇକ୍ବିପମେଣ୍ଟ । ଏଥିରେ ପାଇଲଟ ଓ ଏୟାର ଟ୍ରାଫିକ କଣ୍ଟ୍ରୋଲର ମଧ୍ୟରେ କଥାବାର୍ତ୍ତା ରେକର୍ଡ, ଫ୍ଲାଇଟର ସ୍ପିଟ୍, ଇଂଜିନର ସ୍ଥିତି ସଂପର୍କରେ ସମସ୍ତ ତଥ୍ୟ ରେକର୍ଡ ରହିଥିବ । ଏହା ଟିଟାନିୟମ ଧାତୁରେ ନିର୍ମିତ ହୋଇଥିବାରୁ ଯେତେବଡ ଦୁର୍ଘଟଣା ହେଲେ ମଧ୍ୟ ବ୍ଲାକବକ୍ସ ସୁରକ୍ଷିତ ଥାଏ ।