ବିଜୁ ଜନତା ଦଳରେ ମୁଁହ ଖୋଲିବା ମହାପାପ । ଏମିତିକି ଦଳକୁ ସୁସଙ୍ଗଠିତ କରିବାକୁ ପରାମର୍ଶ ଦେବା ମଧ୍ୟ ଭୁଲ । ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡ଼ିର ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରୁ ଦୂରେଇ ଯିବା ନେଇ ସଙ୍କେତ ଦେଇଥିଲେ । ବିଜେଡ଼ି ର ପୂର୍ବ ବିଚାରଧାରା ନ ନାହିଁ । ବିଜେଡ଼ି ଯେଉଁ ବିଚାରଧାରାକୁ ନେଇ ଗଠନ ହୋଇଥିଲା , ସେହି ବିଚାରଧାରା ନାହିଁ । କାହା ଉପରେ କୌଣସି ଅଭିମାନ ନାହିଁ । ଯଦି ଠିକ୍ ଭାବରେ ଦଳ କାମ କରିବେ ତାହାହେଲେ ସିଏ ରହିବେ । ବିଜେଡ଼ିରୁ ଦୂରେଇ ଯିବାକୁ ମନ୍ତବ୍ୟ ଦେଇଥିବା ପ୍ରଫୁଲ୍ଲ ମଲ୍ଲିକ , ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନାଙ୍କ ଦ୍ଵାରା ନିଲମ୍ବିତ କରାଯାଇଛି । ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗରରୁ ଚାରି ଥର ବିଧାୟକ ହେବା ସହିତ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ । ଦଳକୁ ସୁସଙ୍ଗଠିତ କରିବାକୁ ପ୍ରଫୁଲ୍ଲ ଗତକାଲି ପରାମର୍ଶ ଦେଇଥିଲେ । ସେ ଦୀର୍ଘ ଦିନ ହେବ ଦଳର କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । କେବଳ ଜଣେ ସଦସ୍ୟଭାବେ କାର୍ଯ୍ୟ କରୁଥିଲେ । ଦଳ ଯଦି ପୂର୍ବ ବିଚାରଧାରାରେ ନ ଚାଲେ ତେବେ ସେ ଦୂରେଇ ଯିବେ ବୋଲି ଚେତାବନୀ ଦେଇଥିଲେ । କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କୁ ନିଲମ୍ବନ କରାଯାଇଛି ।

LEAVE A REPLY

Please enter your comment!
Please enter your name here