ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ଗସ୍ତ କରିଛନ୍ତି . ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡା ଓ ବଲାଙ୍ଗିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ପଶ୍ଚିମ ଓଡିଶା ଗସ୍ତ କରି ଝାରସୁଗୁଡାରେ ଜିଲ୍ଲା ପାଇଁ ୬୧୮ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି. ଝାରସୁଗୁଡ଼ା ଜିଲ୍ଲା ଅମଲିପାଲିଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ୬୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି. ଏଥିସହ ଝାରସୁଗୁଡ଼ା, ଲଖନପୁର ବ୍ଲକରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୬ଟି ଉଠା ଜଳସେଚନ ପ୍ରକଳ୍ପ ଓ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡ଼ା ଓ କିରମିରା ବ୍ଳକର ୨ଟି ଗ୍ରିଡ୍ ସବଷ୍ଟେସନକୁ ଉଦଘାଟନ କରିଛନ୍ତି. ବିଶେଷକରି କାଳିଆ ଯୋଜନା ଚାଷୀଙ୍କ ବିକାଶରେ ସହାୟକ ହେବ ଏବଂ ଏହା ଏକ ଆଦର୍ଶ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି . ଖାଲି ସେତିକି ନୁହେଁ ୧୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ଝାରସୁଗୁଡ଼ା କ୍ୟାନସର କେୟାର ହସ୍ପିଟାଲ, ୩୮୮ କୋଟି ଟଙ୍କା ବ୍ୟୟ ଅଟକଳର ଜଳସେଚନ ପ୍ରକଳ୍ପ, ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚଉକିପଡ଼ା ରେଳ ଓଭରବ୍ରିଜର ଶିଳାନାସ କରିଛନ୍ତି ମୁଖ୍ୟମନ୍ତ୍ରୀ. ସେହିପରି ୩୪୮୯ ଏସଏଚଜିଙ୍କୁ ଡିଜିଟାଲ ସଶକ୍ତିକରଣ ସହାୟତା ବାବଦରେ ୧ କୋଟି ଟଙ୍କା ପ୍ରଦାନ ସହିତ ୧୦୦୨ ଭୂମିହୀନ ପରିବାରକୁ ଭୂମିପଟ୍ଟା ଆବଣ୍ଟନ କରିଛନ୍ତି.