ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ? ଯିଏ ବି ହେବେ ସିଏ ଦକ୍ଷ ହୋଇଥିବେ ଏବଂ ଓଡିଶାକୁ ଭଲ ଭାବେ ଜାଣିଥିବେ । ମୁଖ୍ୟମନ୍ତ୍ରୀ ଭାବେ ଲୋକେ ତାଙ୍କୁ ଗ୍ରହଣ କରିପାରୁଥିବେ । ସେଭଳି ବ୍ୟକ୍ତିତ୍ବ ପାଖରେ ଓଡିଆ ଅସ୍ମିତାର ପରିଚୟ ଥିବ । ମିଳିଥିବା ସୂଚନା ଅନୁଯାୟୀ ବିଜେପି ନେତୃତ୍ବ ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ କୌଣସି ସାଂସଦଙ୍କୁ ଦାୟିତ୍ବ ଦେବାକୁ ଚାହୁଁନାହିଁ । ଦଳର ପୁରୁଖା ନେତା କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ଅବା ବୈଜୟନ୍ତ ପଣ୍ଡା ଅଥବା ସମ୍ବିତ ପାତ୍ର, ନିର୍ବାଚିତ ସାଂସଦଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହିଁ । ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରେ ଯୋଗ୍ୟ ବିଧାୟକ ଯଦିଓ ରହିଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଭିଜ୍ଞ ନେତା ଥିବା କେନ୍ଦ୍ରୀୟ ନେତୃତ୍ବ ଅନୁଭବ କରୁନାହିଁ । ତେଣୁ ଓଡିଶାକୁ ଜଣେ ଭଲ ଓଡିଆ ନେତାଙ୍କୁ ପଠାଇବାକୁ କେନ୍ଦ୍ରୀୟ ନେତୃତ୍ବ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି । ସେ ହେଉଛନ୍ତି ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । 1959ରେ ମୟୁରଭଞ୍ଜ ଜିଲ୍ଲାର ବେତନଟୀରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମୁର୍ମୁ 1985 ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ ଅଫିସର । ସେ 2020 ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି । ସେ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ଶୀର୍ଷ ପଦବୀରେ କାର୍ଯ୍ୟ କରିବାର ଗୌରବ ହାସଲ କରିଛନ୍ତି । ଜାତିସଂଘ ଏକ୍ଟରନାଲ ଅଡିଟର ପ୍ୟାନେଲର ଚେୟାରମ୍ୟାନ ଭଳି ଗୁରୁତ୍ବପୂର୍ଣ୍ମ ପଦରେ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ପ୍ରିନସିପାଲ ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏବେ ସେ କଂପଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଭାବେ କାର୍ଯ୍ୟ କରୁଛନ୍ତି । ହୁଏତ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଭଳି ଜଣେ ଦକ୍ଷ ପ୍ରଶାସକଙ୍କୁ ପ୍ରଧାନମନ୍ତ୍ରୀ ଓଡିଶାର ଦାୟିତ୍ବ ନେବାକୁ ପଠାଇପାରନ୍ତି ।

LEAVE A REPLY

Please enter your comment!
Please enter your name here