ଆଜିଠାରୁ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନକୁ ପ୍ରବେଶ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଣ୍ଠୁମାଡି ମୁଣ୍ଡିଆ ମାରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଲୋକସେବା ଭବନକୁ ରଙ୍ଗୋଲିରେ ସଜ୍ଜିତ କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ କେ,ଭି. ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ପାଛୋଟି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବ୍ରାହ୍ମଣମାନେ ମନ୍ତ୍ରପାଠ ଉଚ୍ଚାରଣ କରିଥିଲେ । ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି କାର୍ଯ୍ୟ କରୁଥିଲେ, ସେହି ପ୍ରକୋଷ୍ଠରେ ମୋହନ ମାଝୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭସହ ଶ୍ରୀ ମାଝୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ସରକାର ଓଡିଆ ଅସ୍ମିତା ସୁରକ୍ଷା ଓ ପ୍ରସାର ଦିଗରେ କାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here