ଦିଲ୍ଲୀରେ ଚାଞ୍ଚଲ୍ୟ । ୫ ମାସ ପୂର୍ବରୁ ନିଜର ୨୬ ବର୍ଷୀୟା ଲିଭ୍ ଇନ୍ ପାର୍ଟନରକୁ ବିଭତ୍ସ ଭାବେ ହତ୍ୟା କରିଥିଲା ବୟଫ୍ରେଣ୍ଡ ଆଫତାବ । ଗାର୍ଲଫ୍ରେଣ୍ଡ ଶ୍ରଦ୍ଧାକୁ ହତ୍ୟା କରି ୩୫ ଖଣ୍ଡ କରିଦେବା ପରେ ଏଣେତେଣେ ଲୁଚାଇ ରଖିଥିଲା । ଏହି ଘଟଣାରେ ଅଭିଯୁକ୍ତ ବୟଫ୍ରେଣ୍ଡକୁ ଗିରଫ କରିଛି ପୋଲିସ । ଶ୍ରଦ୍ଧାଙ୍କ ଶବକୁ ଖୋଜୁଛି ପୋଲିସ ।
ସୂଚନା ଅନୁସାରେ, ଆଫତାବ ଶ୍ରଦ୍ଧାକୁ ହତ୍ୟା କରି ଶବକୁ କାଟି ୩୫ ଖଣ୍ଡ କରିଦେଇଥିଲା । ଏହାପରେ ଦିଲ୍ଲୀରେ ଅଲଗା ଅଲଗା ସ୍ଥାନରେ ଶବ ଖଣ୍ଡକୁୂ ରଖିଦେଇଥିଲା । ୮ ନଭେମ୍ବରରେ ବାପା ଥାନାରେ ଝିଅର ଅପହରଣ ନେଇ ଏତଲା ଦେଇଥିଲେ । ପୋଲିସ ଆରମ୍ଭ କରିଥିଲା ତନାଘନା ।
୨୬ ବର୍ଷୀୟା ଶ୍ରଦ୍ଧା ମୁମ୍ବାଇରେ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ କଲ ସେଣ୍ଟରରେ କାମ କରୁଥିଲେ । ଆଫତାବ ପ୍ରେମରେ ପଡିବା ପରେ ଧିରେ ଧିରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଦୁହେଁ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । ଯେତେବେଳେ ଦୁହିଁଙ୍କ ବିବାହ ପାଇଁ ପରିବାର ଲୋକଙ୍କୁ ଜଣାଗଲା । ପରିବାର ଲୋକେ ବିରୋଧ କରିଥିଲେ । ଏହାପରେ ମୁମ୍ବାଇ ଛାଡିଦେଇଥିଲେ ଶ୍ରଦ୍ଧା-ଆଫତାବ । ଦିଲ୍ଲୀର ମେହରୁଲିର ଏକ ଫ୍ଲାଟରେ ସେମାନେ ରହିବାକୁ ଲାଗିଲେ। ପରେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ । ଗତ ନଭେମ୍ବର ୮ତାରିଖରେ ଝିଅର ବାପା ବିକାଶ ମଦାନ ଝିଅ କଥା ବୁଝିବାକୁ ଦିଲ୍ଲୀ ଆସିଥିଲେ। ଯେତେବେଳେ ସେ ଫ୍ଲାଟରେ ପହଞ୍ଚିଲେ ତାହା ତାଲା ପଡ଼ିଥିଲା । ଏନେଇ ସେ ମେହରୁଲି ପୁଲିସରେ ଅଭିଯୋଗ କଲେ। ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ପ୍ରକୃତ ଗୁମର ଜାଣିବାକୁ ପାଇଥିଲା।
ପୁଲିସ କହିଛି ଯେ, ପ୍ରେମିକ ଅଫତାବ ନିଜ ଲାଇଫପାର୍ଟନରଙ୍କୁ ହତ୍ୟା କାରି ୩୫ ପିସ୍ କରି ଫ୍ରିଜରେ ରଖିଥିଲା। ଅଫତାବ ଶରୀରର ଅଙ୍ଗଗୁଡ଼ିକୁ ପକାଇବା ପାଇଁ ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଏ। ଗତ ମେ ୧୮ତାରିଖରେ ଅଫତାବ ଓ ପାର୍ଟନର ଶ୍ରଦ୍ଧାଙ୍କ ମଧ୍ୟରେ କଳହ ଉପୁଜିଥିଲା। ଏଥିରେ ଅଫତାବ ଉତକ୍ଷିପ୍ତ ହୋଇ ଶ୍ରଦ୍ଧାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ସେ ତାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଫ୍ରିଜ୍ ରଖିଥିଲେ। ପରେ ୧୮ ଦିନ ଧରି ଏହାକୁ ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ପୋତି ଥିଲା ।

LEAVE A REPLY

Please enter your comment!
Please enter your name here