ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଜୋର ଧରିଛି ନିର୍ବାଚନୀ ହିଂସା । ଏନେଇ ବିଜେପିର ପ୍ରତିନିଧି ଦଳ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ରେ ନିର୍ବାଚନ ଅଧିକାରିଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡିକୁ ଆକ୍ରମଣ ବିଷୟରେ ଅଭିଯୋଗ କରିଥିଲେ, ପ୍ରତିନିଧୀ ଦଳରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା,ସମୀର ମହାନ୍ତି ଏବଂ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ।

ଅନ୍ୟପଟେ ବିଜୁ ଜନତା ଦଳର ପ୍ରତିନିଧି ମାନେ ମଧ୍ୟ ମୂଖ୍ୟ ନିର୍ବାଚନ ଅଧୀକାରଙ୍କୁ ଭେଟି ରବିବାର ରାତିରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ହୋଇଥିବା ଆକ୍ରମଣର ଦୋଷୀଙ୍କୁ ଖୁବଶୀଘ୍ର ଗିରଫ କରିବା ଏବଂ ନିର୍ବାଚନ ଆଚରଣ ବିଧି ଲାଗି ଥିବା ବେଳେ ବିଜେପିର ପ୍ରବକ୍ତା ଗୋଲକ ମହାପାତ୍ର ଗଣମାଧ୍ୟମକୁ ବିଜ୍ଞପ୍ତି ଦେବା , ପୁରୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ନେତାଙ୍କ ପାଖରୁ ୧.୫ଲକ୍ଷ ଟଙ୍କା ଧରାପଡିବା ବିଷୟରେ ଅଭିଯୋଗ ଆଣିଛନ୍ତି । ଏହି ପ୍ରତିନିଧୀ ଦଳରେ ସସ୍ମିତ ପାତ୍ର,ସୁଲତା ଦେଓ,ଲେଲିନ୍ ମହାନ୍ତି ସାମିଲ ଥିଲେ,
ସେହିପରି ଅଭିଯୋଗ ଆଣିବାରେ ବାଦ ପଡିନଥିଲା କଂଗ୍ରେସ । କଂଗ୍ରେସର ପ୍ରତିନିଧିଦଳ ମଧ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରବିବାର ରାତିିରେ କେନ୍ଦୁଝର ନିର୍ବାଚନ ମଣ୍ଡଳୀର ଘସିପୁରାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ସମର୍ଥକଙ୍କୁ ଆକ୍ରମଣ କରିଥିବା ଦୋଷୀଙ୍କୁ ଗିରଫ ପାଇଁ ଦାବି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here