ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ବିଧାୟକ ଦଳ ବୈଠକରେ ସର୍ବସମ୍ମତକ୍ରମେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । କେନ୍ଦୁଝର ବିଧାନସଭାରୁ ଚାରିଥର ନିର୍ବାଚିତ ହୋଇଛନ୍ତି ମୋହନ ମାଝୀ । 2019ରେ ସେ ବିରୋଧୀ ଦଳର ମୁଖ୍ୟ ସଚେତକ ରହିଥିଲେ । ଜଣେ ଆଦିବାସୀ ନେତା ଭାବେ ସେ ଖ୍ୟାତି ଅର୍ଜ କରିଛନ୍ତି । ମୋହନ ମାଝୀଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କୁ ମନୋନୀତ କରାଯାଇଛି ।
1972 ମସିହାରେ କେନ୍ଦୁଝରରେ ତାଙ୍କର ଜନ୍ମ । ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ମୋହନ ମାଝୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ପରେ 1997ରେ ସରପଞ୍ଚ ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । 2000 ଓ 2009 ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 2019ରେ ସେ ବିଧାୟକ ଭାବେ ନିର୍ବାଚିତ ହେବା ସହ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ । ଜଣେ ଆଦିବାସୀ ନେତା ଭାବେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଶାଣିତ ସ୍ବର ଉତ୍ତୋଳନ କରି ଆସୁଥିଲେ ।
ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ କେନ୍ଦୁଝର ସ୍ଥିତ ତାଙ୍କ ଗାଁରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here