ଅସ୍ୱାଭାବିକ ଭାବେ ବଢୁଛି ମୁଣ୍ଡ । ଶରୀର ତୁଳନାରେ ମୁଣ୍ଡର ଆକାର ଖୁବ୍ ବଡ । ରାଜ୍ୟରେ ଏଭଳି ରୋଗ ବିରଳ । ତେବେ ଏହି ଘଟଣା ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ଚୁଆପଦା ଗାଁର । ନବଦମ୍ପତ୍ତିଙ୍କ ହେମନ୍ତ କୁମାର ଦାସ ଓ ରଶ୍ମିରେଖା ଦାସଙ୍କ ଝିଅ ଦୁର୍ଗା । ପ୍ରଥମକରି କୋଳରେ ଜନ୍ମ ନେଲା କନ୍ୟାସନ୍ତାନ । ପରିବାରରେ ଖେଳିଗଲା ଖୁସିର ଲହରୀ । ଘରକୁ ମା ବିଜେ କରିଛନ୍ତି ବୋଲି ପରିବାର ଲୋକେ ଝିଅର ନାଁ ଦେଲେ ଦୁର୍ଗା । କିନ୍ତୁ ଦୂର୍ଗାକୁ ନେଇ ଏବେ ପରିବାର ଲୋକଙ୍କର ବଢିଯାଇଛି ଚିନ୍ତା । ଅସ୍ୱାଭାବିକ ଭାବେ ବଢିବାରେ ଲାଗିଛି ଦୁର୍ଗାର ମୁଣ୍ଡ । ଏବେ ଏହି ଗରିବ ପରିବାର ମୁଣ୍ଡ ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ । ଶିଶୁକନ୍ୟା ଦୁର୍ଗାର ଏଭଳି ଅସ୍ୱାଭାବିକ ଶାରୀରିକ ପରିବର୍ତ୍ତନ ଦେଖି ଚିନ୍ତାରେ ପରିବାର ଲୋକେ । ଧର୍ଯ୍ୟର ସହ ଝିଅର ଚିକିତ୍ସା ପାଇଁ ଲାଗିପଡ଼ିଲେ ପରିବାର ଲୋକେ । ବାରିପଦା ଚଜଗ ମେଡ଼ିକାଲ କଲେଜ ରୁ ଆରମ୍ଭକରି କଟକ ଶିଶୁଭବନ ମେଡିକାଲରେ ଝିଅକୁ ଦେଖେଇସାରିଲେଣି । ହେଲେ ଫଳ ଶୂନ । ପରିବାର ଲୋକେ କର୍ତ୍ତୃପକ୍ଷଙ୍କୁ ବହୁ ନିବେଦନ ପରେ ବର୍ତମାନ ସେଠାରେ ଶିଶୁକନ୍ୟା ଦୁର୍ଗାର ଗଜଓ କରାଯାଇଥିବା ବେଳେ ଏବେ ରିପୋର୍ଟକୁ ଅପେକ୍ଷା । ଖଟିଖିଆ ଦିନ ମଜୁରିଆ ହୋଇଥିବାରୁ ଏତେ ଟଙ୍କା କୋଉଠୁ ଆଣି ଝିଅର ଚିକିତ୍ସା କରିବେ ସେ ନେଇ ଚିନ୍ତାରେ ପରିବାର ଲୋକେ । ଅକୁହା ବେଦନା, ଓ ଯନ୍ତ୍ରଣା ମଧ୍ୟରେ ଗତି କରୁଛି ଦୁର୍ଗା । ସରକାରଙ୍କ ସହାୟତା ପାଇଁ ବ୍ୟାକୁଳ ନିବେଦନ କରିଛନ୍ତି ପରିବାର ଲୋକେ । ସରକାରଙ୍କ ସହାୟତାରେ ଦୁର୍ଗା ସୁସ୍ଥ ହୋଇ ପାରନ୍ତା ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି ।

LEAVE A REPLY

Please enter your comment!
Please enter your name here