72 ତମ ସ୍ବାଧୀନତା ଦିବସ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପାଇଁ ଶୁଭ ନୁହେଁ. ଏକଥା ଆମେ କହୁନୁ, ଦଳ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲାବେଳେ ଏଭଳି ସୂଚନା ମିଳିଛି. ଦଳୀୟ ନେତାଙ୍କ ଗହଣରେ ଖୁବ୍ ଉତ୍ସାହର ସହ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଯେତେବେଳେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ଦଉଡି ଟାଣିଲେ, ସେତେବେଳେ ଯାହା ଘଟିଲା, ସମସ୍ତେ ତାଜୁବ୍ ହୋଇଗଲେ. ଖୋଦ୍ ଶାହାଙ୍କ ମୁହଁ ବି ଫିକା ପଡିଗଲା. ତ୍ରିରଙ୍ଗା ଉତ୍ତୋଳନ ହେବା ବଦଳରେ ତଳେ ଖସି ପଡିଲା. କଥା ହେଉଛି ଦେଶର ଏତେ ବଡ ଦଳ, ଦେଶର ତ୍ରିରଙ୍ଗାକୁ ଠିକ୍ ଭାବେ ବାନ୍ଧିକି ଯଦି ଉତ୍ତୋଳନ କରିପାରୁନାହାଁନ୍ତି, ସେମାନେ ଦେଶବାସୀଙ୍କ କଥା କେମିତି ଦାୟିତ୍ବର ସହ ନେବେ ? ଶାହାଙ୍କ ହାତରୁ ତ୍ରିରଙ୍ଗା ଖସିପଡିବା ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଏମିତି ନାକରା କଥା କହିବା ଆରମ୍ଭ କରିଛି. ତ୍ରିରଙ୍ଗା ଖସିବା ଅଘଟଣର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରି କଂଗ୍ରେସ କହିଛି, ଯିଏ ଦେଶର ପତାକାକୁ ସମ୍ଭାଳି ପାରୁନାହାଁନ୍ତି, ସିଏ ଦେଶ କଣ ସମ୍ଭାଳିବେ ?

LEAVE A REPLY

Please enter your comment!
Please enter your name here