ବିଶ୍ବବିଦ୍ୟାଳୟଗୁଡିକରେ କୁଳପତି ନିଯୁକ୍ତ କରିବାର କ୍ଷମତା ଆଉ ରାଜ୍ୟପାଳଙ୍କ ହାତରେ ରହିବ ନାହିଁ । ରାଜ୍ୟ ସରକାର ସିଧାସଳଖ କୁଳପତି ନିଯୁକ୍ତ କରିପାରିବେ । ଶିକ୍ଷା ନିୟମରେ ପରିବର୍ତ୍ତନ ଆଣିବା ପାଇଁ ତାମିଲନାଡୁ ବିଧାନସଭାରେ ଏ ସଂକ୍ରାନ୍ତୀୟ ବିଲ୍ ପାରିତ ହୋଇଛି । ଏହାଦ୍ବାରା ରାଜ୍ୟପାଳଙ୍କ ପାଖରେ ଥିବା ଭାଇସ ଚ୍ୟାନସେଲର ନିଯୁକ୍ତି କ୍ଷମତା ରାଜ୍ୟ ସରକାରଙ୍କ ନିକଟକୁ ଆସିଛି । ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଭିସି ନିଯୁକ୍ତ କରିଥାନ୍ତି । କିନ୍ତୁ ଗତ କିଛିବର୍ଷ ଧରି ରାଜ୍ୟପାଳ ବିଶ୍ବବିଦ୍ୟାଳୟଗୁଡିକରେ ନିଜ ଇଚ୍ଛାରେ ଭିସି ନିଯୁକ୍ତ କରୁଥିବାରୁ ତାମିଲନାଡୁ ସରକାର କ୍ଷୁବ୍ଧ ଥିଲେ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ କହିଛନ୍ତି, ରାଜ୍ୟପାଳଙ୍କ ପାଖରେ ଭିସି ନିଯୁକ୍ତି କ୍ଷମତା ରହିବା ଦ୍ବାରା ଉଚ୍ଚଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଛି । ଅନେକ କ୍ଷେତ୍ରରେ ଏହାକୁ ନେଇ ବିଶ୍ବବିଦ୍ୟାଳୟ ପ୍ରଶାସନରେ ଦ୍ବନ୍ଦ୍ବ ଉପୁଜୁଥିଲା । ତାମିଲନାଡୁ ବିଧାନସଭାରେ ଏହି ବିଲକୁ ବିରୋଧୀ ଏଆଇଏଡିଏମକେ ଓ ବିଜେପି ବିରୋଧ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଗୁଜରାଟର ଉଦାହରଣ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here