ରାଜ୍ୟରେ ଲାଗୁ ହୋଇପାରେ ଆୟୁଷ୍ମାନ ଭାରତ ଯୋଜନା । ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ପରେ ଆୟୁଷ୍ମାନ ଭାରତ ଯୋଜନା ସିଇଓ ଇନ୍ଦୁଭୂଷଣ ଏହା କହିଛନ୍ତି । ଆଲୋଚନା ସକରାତ୍ମକ ହୋଇଛି । ତେବେ ଆଉ ଦୁଇ ତିନୋଟି ପର୍ଯ୍ୟାୟରେ ଆଲୋଚନା ହେବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେଉନାହିଁ । କେନ୍ଦ୍ର ସରକାରଙ୍କ ଯୋଜନାକୁ ଓଡିଶା ସମେତ ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତେଲେଙ୍ଗାନାରେ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ତେବେ ନିର୍ବାଚନ ପୂର୍ବରୁ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଥିବା ବେଳେ ଏବେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ସକରାତ୍ମକ ଆଲୋଚନା ହୋଇଛି ବୋଲି କୁହାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଯଦି ଏହି ଯୋଜନାରୁ ରାଜ୍ୟବାସୀ ସୁଫଳ ପାଇବେ, ତେବେ ଏହାକୁ କାର୍ଯ୍ୟକାରୀ କରାଯିବ । ହୁଏତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ କେନ୍ଦ୍ରୀୟ ଯୋଜନାରେ ରୂପାନ୍ତରିତ କରିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here