କେବଳ ରହିନାହାଁନ୍ତି, ଓଡିଶାରେ ରହି ପାକିସ୍ତାନୀ ହାତେଇଛନ୍ତି ରାସନକାର୍ଡ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେବା ସହ ବିଦେଶୀମାନଙ୍କ ରାସନକାର୍ଡ କଟିବ ବୋଲି କହିଛନ୍ତି । ଓଡିଶାରେ ଅନୁପ୍ରବେଶକାରୀ ରାସନକାର୍ଡ ହାତେଇଥିବା ବିଦେଶୀଙ୍କୁ ଚିହ୍ନଟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ , ବାଂଲାଦେଶ , ମିଆଁମାରର ଅନେକ ବିଦେଶୀ ରାସନକାର୍ଡ ହାତେଇଥିବା ସ୍ପଷ୍ଟ ହେବାପରେ ସେମାନଙ୍କୁ ଚିହ୍ନଟ କରି ରାସନକାର୍ଡରୁ ନାଁ କାଟିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ବି ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ ରାସନକାର୍ଡ ହାତେଇଛନ୍ତି ସେସବୁ କଟାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here