ଚାରି ବର୍ଷ ପରେ ଜେଲ, ୨ ମିନିଟ୍ ପରେ ବେଲ୍ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମିଳିଛି ଜାମିନ୍ । ମୋଦି ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁରତ ଜିଲ୍ଲା କୋର୍ଟ । ତେବେ ଦଣ୍ଡାଦେଶ ପରେ ତାଙ୍କୁ ତୁରନ୍ତ ବେଲ୍ ମିଳିଛି । ଉପରକୋର୍ଟକୁ ଯିବାକୁ ତାଙ୍କୁ ୩୦ ଦିନର ସମୟ ମିଳିଛି ।
୨୦୧୯ ନିର୍ବାଚନ ରାଲି ବେଳେ କର୍ଣ୍ଣାଟକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ସେ କହିଥିଲେ, ସବୁ ଚୋରମାନଙ୍କ ଗୋଟିଏ ସାଙ୍ଗିଆ କେମିତି ହେଲା । ନୀରବ ମୋଦୀ , ଲଳିତ ମୋଦୀ ଏବଂ ନରେନ୍ଦ୍ର ମୋଦୀଙ୍କ ସାଙ୍ଗିଆ କାହିଁକି ଏକାଭଳି । ଏଭଳି ବୟାନକୁ ନେଇ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁନେଶ୍ଚ ମୋଦୀ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମକଦମା ଦାୟର କରିଥିଲେ ।

LEAVE A REPLY

Please enter your comment!
Please enter your name here