ଯାଜପୁର କୋରେଇ ଷ୍ଟେସନରେ ମାଡିଗଲା ମାଲବାହୀ ଟ୍ରେନ । ସକାଳ ୬ଟା ୪୪ରେ ଷ୍ଟେସନ ଭିତରେ ୮ଟି ବଗି ଲାଇନଚ୍ୟୁତ ହୋଇ ମାଡିଯାଇଥିଲା । ପ୍ଲାଟଫର୍ମରେ ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡିଯାଇଥିଲା ଟ୍ରେନ୍ । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୮ଟି ବଗି ଷ୍ଟେସନ ଭିତରକୁ ମାଡିଯାଇ ଓଲଟି ପଡିଛି । ଷ୍ଟେସନରେ ଥିବା ଫୁଟ୍ ଓଭରବ୍ରିଜ୍ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି । ବିଶ୍ରାମାଗାର ତଳେ ଅପେକ୍ଷା କରିଥିବା ଲୋକେ ଚାବି ହୋଇଯାଇଥିଲେ । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଛି । ଆଉ କିଛି ଲୋକ ବଗି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି ।
ଅନ୍ୟପଟେ ୫ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁତର ଆହତଙ୍କୁ ୧ ଲକ୍ଷ, ସାମାନ୍ୟ ଆହତଙ୍କୁ ୨୫ ହଜାର ମିଳିବ ।

LEAVE A REPLY

Please enter your comment!
Please enter your name here