ଏ ଉତ୍ସାହ ନିଜର ମତାଧିକାର ସାବ୍ୟସ୍ତ ପାଇଁ । ଏ ଯୋଶ୍ ବିଧାନସଭାକୁ ନିଜ ପସନ୍ଦର ପ୍ରତିନିଧିଙ୍କୁ ପଠାଇବା ପାଇଁ । ସକାଳୁ ସକାଳୁ ବିଜେପୁରର ସବୁ ପୋଲିଂ ବୁଥ୍ ରେ ଲମ୍ବିଥିଲା ଏମିତି ଲମ୍ବା ଲମ୍ବା ଲାଇନ୍ । ଭୋଟ ପରିଚୟ ପତ୍ର ଧରି ନିଜ ପାଳି ଅପେକ୍ଷାରେ ଥିଲେ ସମସ୍ତେ । ଠିକ୍ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ । ଦିନସାରା ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ରହିଥିଲା । ଦିନ ଗୋଟାଏ ସୁଦ୍ଧା ୩୭ ପ୍ରତିଶତ ଏବଂ ଅପରାହ୍ନ ତିନିଟା ସୁଦ୍ଧା ୫୪ ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଥିଲେ । ମୈଦାନରେ ୫ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଥିବାବେଳେ ମୁଖ୍ୟ ପ୍ରତିଦ୍ୱନ୍ଦିତା କିନ୍ତୁ ବିଜେଡିର ରୀତା ସାହୁ ଓ ବିଜେପିର ସନତ ଗଡତିଆଙ୍କ ମଧ୍ୟରେ ହେଉଥିଲା । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ପ୍ରଚାର ମୁକାବିଲାରେ ବିଜେଡି ଓ ବିଜେପି ଠାରୁ ବହୁ ପଛରେ ପଡିଯାଇଥିଲେ । ତେବେ ଭୋଟ ସରିବା ସହ ଇଭିଏମରେ ସିଲ୍ ହୋଇଯାଇଛି ୫ ପ୍ରାର୍ଥୀଙ୍କ ଭାଗ୍ୟ । ୨୪ ତାରିଖରେ ହେବ ଭୋଟ ଗଣତି । ସେହିଦିନ ସ୍ପଷ୍ଟ ହେବ କିଏ ବାଜିମାତ କରୁଛି ବିଜେପୁରରେ ।