ଟିକଟ ନାହିଁ ତ ଦଳ ଛାଡ । ଏହି ନ୍ୟାୟରେ ନିମାପଡା ବିଧାୟକ ସମୀର ରଂଜନ ଦାସ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ସେ ଆନୁଷ୍ଠିନିକ ଭାବେ ଦଳରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ଓ ପର୍ଯ୍ୟବେକ୍ଷକ ତୋମାର ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ବିଜେପିରେ ସାମିଲ ହେବା ପରେ ସମୀର କହିଛନ୍ତି, ଦଳର ନେତା ତାଙ୍କ ଉପରେ ଆସ୍ଥା ରଖିପାରିଲେନି, ତେଣୁ ଦଳ ଛାଡିଲେ । ମୋଦୀଙ୍କ କାମ ତାଙ୍କୁ ଭଲ ଲାଗିଲା, ତେଣୁ ବିଜେପିରେ ମିଶିଲେ । 2009, 2014, 2019ରେ ସେ ବିଜେଡି ଟିକଟରେ ନିମାପଡାରୁ ବିଧାୟକ ଭାବେ ଜିତି ଆସୁଥିଲେ ହେଁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକଟ ଦେଇ ନଥିଲା । ଦିଲିପ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସମୀର ନିମାପଡାରେ ତାଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ । ଟିକଟ ଦେବା ନେଇ ପୁର୍ନବିଚାର କରିବାକୁ ନିବେଦନ କରିଥିଲେ । କିନ୍ତୁ ଦଳ ଆଉ ପୁର୍ନବିଚାର କରିବ ନାହିଁ ବୋଲି ସ୍ପଷ୍ଟ କରିବା ସହ ତାଙ୍କୁ ଢେଙ୍କାନାଳ ସଂସଦୀୟ ନିର୍ବାଚମଣ୍ଡଳିର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦେଇଥିଲା । ଏଥିରେ ଉତକ୍ଷିପ୍ତ ସମୀର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ବିଜେପିରେ ସାମିଲ ହୋଇଛନ୍ତି । ସମୀରଙ୍କ ସହ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସମୀର ବିଜେପିରେ ମିଶିବା ପରେ ନିମାପଡା ଆସନରେ ବିଜେପି ପ୍ରାର୍ଥୀ ଜିତିବା ସହଜ ହେବ ବୋଲି ଦଳୀୟ ନେତା ଆଶା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here