ରାଜ୍ୟ ରାଜନୀତିରେ ଅରୁଣ ଦେ ଗୋଟେ ଅଲଗା ନାଁ. ସବୁ ନେତାଙ୍କଠୁ ତାଙ୍କୁ ସମସ୍ତେ ଅଲଗା ଭାବନ୍ତି.  ସ୍ପଷ୍ଟ ଓ ଶାଣିତ ଅଭିବ୍ୟକ୍ତି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅରୁଣ ଦେ ବାଲେଶ୍ବରରୁ ପାଞ୍ଚଥର ବିଧାୟକ ମଧ୍ୟ ହୋଇଛନ୍ତି.  ସିପିଆଇରୁ ତିନିଧର, ସ୍ବାଧୀନ ଭାବେ ଥରେ ଏବଂ ଓଜିପିରୁ ଥରେ ବିଧାୟକ ହୋଇଥିବା ଅରୁଣ ଦେ ଭୋଟ ରାଜନୀତିରେ ବାରମ୍ବାର ଦଳ ବି ବଦଳାଇଛନ୍ତି. ଗତ 2014 ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ. ମାତ୍ର ଏଥର ସେ ବିଜୁ ଜନତା ଦଳରୁ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି. ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରିଛନ୍ତି. ଏମିତିକି ଗତଥର କଂଗ୍ରେସରୁ ନିର୍ବାଚନ ଲଢି ସେ ବିଜେଡିକୁ ଫାଇଦା ଦେଇଥିଲେ ବୋଲି କହିଛନ୍ତି. “ନେତାଙ୍କ ମନକଥା”ରେ ସାମ୍ୟବାଦୀ ନେତା ଅରୁଣ ଦେଙ୍କ ସହ ଆମ ରିପୋର୍ଟର ସନ୍ଦୀପ୍ତ ଦାସ ସାକ୍ଷାତକାରର କ୍ଷୁଦ୍ର ଅଂଶ.

LEAVE A REPLY

Please enter your comment!
Please enter your name here