ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହେଲା । ଜୁଲାଇ ୨୧ରୁ ଆରମ୍ଭହୋଇଥିବା ଏହି ଅଧୂବେଶନରେ ପ୍ରାୟ ପ୍ରତିଦିନି ହଙ୍ଗାମା ଦେଖିବାକୁ ମିଳିଥିଲା । ବିଶେଷ କରି, ଏସଆଇଆର ପ୍ରସଙ୍ଗରେ ଗୃହ ଅତ୍ୟଧୂକ ସରଗରମ ଥିଲା ।ଲୋକସଭାର ଏହି ଅଧିବେଶନରେ ମୋଟ ୧୨ଟି ବିଲ୍ ପାସ୍ ହୋଇଥୂଲା ଏବଂ ୪୧୯ଟି ପ୍ରଶ୍ନକୁ ସାମିଲ କରାଯାଇଥିଲା ।ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ “ବିଜୟୋତ୍ସବ ଅଧିବେଶନ” ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ, ପ୍ରଥମ ଦିନରୁ ବିରୋଧୀମାନେ ହୋ-ହଲ୍ଲା ଓ ହଙ୍ଗାମା କରିଥିଲେ । ଗତକାଲି, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ବିଲ୍ ପ୍ରସ୍ତୁତ କରିବା ବେଳେ ବିରୋଧୀମାନେ ବିଲକୁ ଚିରି ସେହି ପତ୍ରଗୁଡ଼ିକୁ ତାଙ୍କ ଉପରକୁ ଛିଟିଥିଲେ । ଏହି ଘଟଣାକୁ ନେଇ ଅଧିକାଂଶ ମହଳରେ ଚର୍ଚ୍ଚା ଜାରିଅଛି ।














