ବୈଜୟନ୍ତଙ୍କ ବିରୋଧରେ ବିଜେଡିର ଅଭିଯୋଗ । କେନ୍ଦ୍ରାପଡାବାସୀଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଭ୍ରାନ୍ତ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ୨୦୧୪ ନିର୍ବାଚନବେଳେ ବୈଜୟନ୍ତ ଦାଖଲ କରିଥିବା ସତ୍ୟପାଠରେ ମିଥ୍ୟା ତଥ୍ୟ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି, ମିଥ୍ୟା ସତ୍ୟପାଠ ନେଇ ଗତବର୍ଷ କେନ୍ଦ୍ରାପଡାବାସୀ ଥାନାରେ ଏତଲା ଦେଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ବୈଜୟନ୍ତ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here