ଆଜି ରାଜ୍ୟରେ ସର୍ବାଧିକ ୧୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ୫୦ ବର୍ଷୀୟ ପୁରୁଷ ଏବଂ ୪୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଭୁବନେଶ୍ୱରରୁ ୪୫ ବର୍ଷୀୟ ପୁରୁଷ ଏବଂ ୭୭ ବର୍ଷୀୟ ମହିଳା କରୋନାରେ ଆଖି ବୁଜିଛନ୍ତି । କଟକରୁ ୫୫ ବର୍ଷୀୟ ପୁରୁଷ ଏବଂ ୫୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁରର ୨ ମୃତକ ୫୬ ଓ ୩୦ ବର୍ଷୀୟ ବ୍ୟକ୍ତି । ମାଲକାନଗିରିରୁ ମଧ୍ୟ ୨ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବରଗଡ, ଯାଜପୁର, ପୁରୀ, ସୁନ୍ଦରଗଡରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା୪୭୦କୁ ବୃଦ୍ଧି ପାଇଛି ।
ସେହିପରି ପଜିଟିଭଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା-୪୫୦, କଟକ-୩୨୩, ଗଞ୍ଜାମ-୧୬୯, ବରଗଡ-୧୪୬, ପୁରୀ-୧୩୫, ନୟାଗଡରୁ ୧୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ଢେଙ୍କାନାଳ ଓ ସୁନ୍ଦରଗଡରୁ ୯୪ ଲେଖାଁଏ , ଯାଜପୁରରୁ ୮୩, ବାଲେଶ୍ୱର-୭୮.କେନ୍ଦ୍ରାପଡା-୭୭, ଭଦ୍ରକ-୭୬, ବଲାଙ୍ଗୀର-୬୪, ସମ୍ବଲପୁର-୬୩, ଝାରସୁଗୁଡା-୫୫, କେନ୍ଦୁଝର-୫୦, ନବରଙ୍ଗପୁର-୪୧,ବୌଦ୍ଧ ଓ ସୁବର୍ଣ୍ଣପୁରରୁ ୩୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର-୩୬, କନ୍ଧମାଳରୁ-୨୬, କୋରାପୁଟ ଓ ନୂଆପଡାରୁ ୨୫ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୨୧, ଗଜପତି-୨୦, ଅନୁଗୁଳ-୧୧, ଦେବଗଡ-୭, କଳାହାଣ୍ଡିରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୯୭,୯୨୦ ।

LEAVE A REPLY

Please enter your comment!
Please enter your name here