ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହୁତି ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପ୍ରଥମେ ଏଫ୍‌ଏମ୍‌ କଲେଜ ତତ୍କାଳୀନ ବିଏଡ୍‌ ବିଭାଗର ବିଭାଗୀୟ ମୁଖ୍ୟ ସମୀର କୁମାର ସାହୁ ଓ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ତୁରନ୍ତ ଗିରଫ କରାଯାଇଥିଲା । ଏହା ପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅନ୍ୟ ଦୁଇ ଜଣ ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ଶୁଭ୍ରସମ୍ବିତ ନାୟକ ଓ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଗିରଫ କରାଯାଇଥିଲା ।
ଗତକାଲି ସନ୍ଧ୍ୟାରେ ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କ ସହ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଡିଜେଏମ୍‌ କୋର୍ଟରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କ ବିରୋଧରେ ୫୦୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛନ୍ତି । ଘଟଣାର ୬୦ ଦିନରେ ୨ ଅଭିଯୁକ୍ତ ସମୀର କୁମାର ସାହୁ ଓ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି । ଅନ୍ୟ ୨ ଅଭିଯୁକ୍ତ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇନଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଓ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ମଧ୍ୟରେ କଲ୍‌ ରେ କଥା ହୋଇଥିବା କଲ୍‌ ରେକର୍ଡିଂ ଲାବୋରେଟୋରିକୁ ଲାବୋରେଟୋରିକୁ ପଠାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କୋର୍ଟକୁ ନିବେଦନ କରିଛି।

LEAVE A REPLY

Please enter your comment!
Please enter your name here