ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଶା ଧୂଳିସାତ୍ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରୁଥିବା ଓକିଲ ସଂଘକୁ ଶକ୍ତ ଝଟକା ଲାଗିଛି। ସ୍ଥାୟୀ ବେଞ୍ଚ ମାମଲାର ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ସ୍ଥାୟୀ ବେଞ୍ଚ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି ବୋଲି ସଫା ସଫା ଶୁଣେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଓକିଲ ଆନ୍ଦୋଳନ ନେଇ କଡା ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଭୌଗୋଳିକ ସ୍ଥିତି ଏବଂ ଟେକ୍ନୋଲୋଜି ପାଇଁ ବେଞ୍ଚ ଆବେଦନ ଖାରଜ ହୋଇଛି ।
ଓକିଲ ଆନ୍ଦୋଳନକୁ ପ୍ରଶମିତ କରିବାରେ ଓଡ଼ିଶା ପୁଲିସ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଉଭୟଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଯଦି ଓଡ଼ିଶା ପୁଲିସ୍‌ ପାରୁନି, ତା’ହେଲେ ଆମେ ପାରାମିଲିଟାରୀ ଫୋର୍ସ ଦେବୁ ବୋଲି କୋର୍ଟ କହିଛନ୍ତି। ୧୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ସତ୍ତ୍ୱେ କେମିତି ଭଙ୍ଗାରୁଜା ହେଲା? ଏହା ଓଡ଼ିଶା ପୁଲିସ୍‌ର ଚରମ ଅବହେଳା କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ।
ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଇନଜୀବୀମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏ ସଂପର୍କୀତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ।

LEAVE A REPLY

Please enter your comment!
Please enter your name here