ସଂସଦରେ ହଟ୍ଟଗୋଳ କରିବା ଯୋଗୁ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ସସପେଣ୍ଡ୍ କରିଛନ୍ତି ବାଚସ୍ପତି । ତିନି କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ସମୟରେ ସାଂସଦମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ । ଅଧିବେସନର ଅବଶିଷ୍ଟ କାର୍ଯ୍ୟ ଦିବସ ପାଇଁ ବାରଜଣ ସାଂସଦଙ୍କୁ ସସପେଣ୍ଡ୍ କରାଯାଇଛି । ସସପେଣ୍ଡ୍ ହୋଇଥିବା ସାଂସଦମାନେ ହେଲେ – ସିପିଆଇଏମର ଏଲମାରମ କରିମ, କଂଗ୍ରେସର ଫୁଲୋଦେବୀ ନେତମ, ଛାୟା ବର୍ମା, ଆର. ବୋରା, ରାଜମଣୀ ପଟେଲ, ସୟେଦ ନାସିର ହୁସେନ ଓ ଅଖିଳେଶ ପ୍ରସାଦ ସିଂ, ସିପିଆଇର ବିନୟ ବିଶ୍ବମ୍, ତୃଣମୂଳ କଂଗ୍ରେସର ଡୋଲା ସେନ୍ ଓ ଶାନ୍ତା ଛେତ୍ରୀ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଓ ଅନୀଲ ଦେଶାଇ । ଚଳିତ ଅଧିବେସନର ବାକି କାର୍ଯ୍ୟଦିବସରେ ଏହି ସାଂସଦମାନେ ଯୋଗ ଦେଇପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here